ଭୟଙ୍କର ହେଉଛି ଓମିକ୍ରନ୍‌: ହୁ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତରେ ମଧ୍ୟ ହୁ ହୁ ହୋଇ କାୟା ବିସ୍ତାର କରୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଟପିଛି । ତେବେ ଓମିକ୍ରନ ସଂକ୍ରମଣ ବଢ଼ୁଥିବାର ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱକୁ ଚେତାବନୀ ଦେଇଛି।

ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ସେହି ଦେଶରେ ବଢୁଛି ଯେଉଁଠି ପୂର୍ବରୁ ଡେଲଟା ଭାରିଆଣ୍ଟ ଅଧିକ ପ୍ରଭାବ ଥିଲା । ହୁ କହିଛି ଯେ, କରୋନାର ଡେଲଟା ଭାରିଆଣ୍ଟଠାରୁ ଓମିକ୍ରନ ଅଧିକ ସଂକ୍ରାମକ । ବ୍ରିଟେନ୍‌ ଓ ଆମେରିକା ଭଳି ଦେଶରେ ଏହି ଭୂତାଣୁ ଦ୍ରୁତ ଗତିରେ ବଢିବାରେ ଲାଗିଛି । ହୁ ଆହୁରି କହିଛି ଯେ, ଦକ୍ଷିଣ ଆଫ୍ରିକାରେ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା ୨୯ ପ୍ରତିଶତ କମ୍‌ ହୋଇଛି ।