ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ରେ ଦେଶର ପ୍ରମୁଖ ରାଜନୈତିକ ଦଳର ଚାନ୍ଦାରେ ଆୟ ହୋଇଥିବା ସଂଖ୍ୟା ସାମନାକୁ ଆସି ସାରିଛି। ବିଜେପି ପୁଣିଥରେ ଦେଶରେ ସବୁଠାରୁ ଅଧିକ ଚାନ୍ଦା ପାଇଥିବା ଦଳ ଭାବରେ ପ୍ରଥମ ସ୍ଥାନରେ ରହିଛି।
ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ। ସବୁଠାରୁ ଚକିତ କଲା ଭଳି କଥା ହେଲା ଯେ, ଭାରତର ଏକ ନମ୍ବର ରାଜନୈତିକ ଦଳ ଏବଂ ଦୁଇ ନମ୍ବର ରାଜନୈତିକ ଦଳକୁ ମିଳିଥିବା ଚାନ୍ଦାରେ ଖୁବ୍ ପାର୍ଥକ୍ୟ ରହିଛି। କଂଗ୍ରେସଠାରୁ ବିଜେପି ପ୍ରାୟ ୧୨ ଗୁଣା ଅଧିକ ଚାନ୍ଦା ପାଇଛି।
କଂଗ୍ରେସ ତୁଳନାରେ ବିଜେପିର ମହାଦାନୀଙ୍କ ସଂଖ୍ୟା ମାତ୍ର ଦୁଇଗୁଣ ଅଧିକ। ଏଥିରୁ ସ୍ପଷ୍ଟ ଯେ, ବିଜେପିକୁ ମିଳୁଥିବା ଚାନ୍ଦା ବହୁତ ଅଧିକ।
ବିଜେପି ଏବଂ କଂଗ୍ରେସ ବ୍ୟତୀତ, ଅନ୍ୟ କିଛି ଦଳ ମଧ୍ୟ ୨୦୨୪-୨୫ରେ ପ୍ରାପ୍ତ ଚାନ୍ଦା ପରିମାଣ ପ୍ରକାଶ କରିଛନ୍ତି।ନିୟମ ଅନୁଯାୟୀ, ଜାତୀୟ ଦଳଗୁଡ଼ିକୁ ୩୦ ସେପ୍ଟେମ୍ବର ୨୦୨୫ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ୨୦ ହଜାର ଟଙ୍କାରୁ ଅଧିକ ଦାନର ରେକର୍ଡ ଦାଖଲ କରିବାକୁ ପଡିଥାଏ। ଏହି ପୁରା ରେକର୍ଡ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ପାଖକୁ ପଠାଯାଇଥିଲା।
ସୂଚନା ମୁତାବକ, ସବୁ ଜାତୀୟ ରାଜନୈତିକ ଦଳ ମୋଟ ୧୧,୩୪୩ ଜଣ ବ୍ୟକ୍ତିଙ୍କ ନିକଟରୁ ୬୬୪୮.୫୬୩ କୋଟି ଟଙ୍କାର ଚାନ୍ଦା ପାଇଛନ୍ତି।
ବିଜେପି ୨୦୨୪-୨୫ ପାଇଁ ୬୦୭୪.୧୫ କୋଟି ଟଙ୍କା ଦାନ ପାଇଛି। ଏହି ଦାନ ୫୫୨୨ ଜଣ ଦାତାଙ୍କ ନିକଟରୁ ମିଳିଛି। କଂଗ୍ରେସ ୨୫୦୧ ଦାତାଙ୍କ ନିକଟରୁ ୫୧୭.୩୯୪ କୋଟି ଟଙ୍କା ଚାନ୍ଦା ପାଇଛି। ଆମ ଆଦମୀ ପାର୍ଟିକୁ ୩୮.୧୦୬ କୋଟି ଟଙ୍କା ଦାନ ମିଳିଛି। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ମାକପା)କୁ ୨୦୨୪-୨୫ ରେ ୧୬.୯୫୭ କୋଟି ଟଙ୍କାର ଦାନ ମିଳିଛି। ଏନ୍ସିପିକୁ ୨.୦୯୧ କୋଟି ଟଙ୍କା ଚାନ୍ଦା ମିଳିଛି। ବହୁଜନ ସମାଜ ପାର୍ଟିକୁ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ମିଳିନି।
ବିଜେପିର ଚାନ୍ଦାରେ ୧୭୧% ବୃଦ୍ଧି ଘଟିଛି। ୨୦୨୪-୨୫ ବେଳେ ରାଷ୍ଟ୍ରୀୟ ଦଳର ମୋଟ ଚାନ୍ଦାରେ ପ୍ରାୟ ୪୧୦୪.୨୮୫ କୋଟି ଟଙ୍କା (୧୬୧%)ର ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୩-୨୪ ରେ ଦଳକୁ ୨୨୪୩.୯୪୭ କୋଟି ଟଙ୍କା ମିଳିଥିଲା। ଯାହାକି ୨୦୨୪-୨୫ ରେ ବଢିକି ୬୦୭୪.୦୧୫ କୋଟି ହୋଇଯାଇଛି। ତା’ ପରେ ରହିଛି ଆପ୍। ଦଳୀୟ ଚାନ୍ଦାରେ ୨୭.୦୪୪ କୋଟି ଟଙ୍କା ବୃଦ୍ଧି ହୋଇଛି। ଯାହାକି ୨୦୨୩-୨୪ ତୁଳନାରେ ୨୪୪% ଅଧିକ। ଏହା ପୂର୍ବରୁ ଆର୍ଥିକ ବର୍ଷରେ ଦଳକୁ ୧୧.୦୬୨ କୋଟି ଟଙ୍କା ଚାନ୍ଦା ମିଳିଥିଲା। ଏନ୍ପିପିରେ ସର୍ବାଧିକ ୧୩୧୩% ବୃଦ୍ଧି ଘଟିଛି।
ଗତ ବର୍ଷ, ଏନ୍ପିପିକୁ ୧୪ ଲକ୍ଷ ୮୦ କୋଟି ଟଙ୍କା ମିଳିଥିଲା, ଯାହାକି ୨୦୨୪-୨୫ ରେ ବୃଦ୍ଧି ପାଇ ୧.୯୪୩ କୋଟି ହୋଇଛି। ଦେଶର ମୁଖ୍ୟ ବିରୋଧୀ କଂଗ୍ରେସ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ଦାନରେ ୮୪% ବୃଦ୍ଧି ପାଇଛି।
ଦଳ ୨୦୨୩-୨୪ ରେ ୨୮୧.୪୮୦ କୋଟି ପାଇଥିଲା, ଯାହା ୨୦୨୪-୨୫କୁ ୫୧୭.୩୯୪ କୋଟିକୁ ବୃଦ୍ଧି ପାଇଛି।
ମାକପା ଗତ ବର୍ଷ ୭, ୬୪୧ କୋଟି ଟଙ୍କା ତୁଳନାରେ ଚଳିତ ବର୍ଷ ଚାନ୍ଦା ବଢି ୧୬,୯୫୭ କୋଟି ଟଙ୍କା ହୋଇଛି। ଏହି ଚାନ୍ଦାରେ ୧୦୦% ଅଧିକ ବୃଦ୍ଧି ହୋଇଛି।
ଜାତୀୟ ଦଳକୁ ସବୁଠାରୁ ଅଧିକ ଚାନ୍ଦା ଦେବା ମାମଲାରେ ଦିଲ୍ଲୀ ଆଗରେ ରହିଛି। ସେଠାରୁ ଦଳକୁ ୨୬୩୯.୪୮ କୋଟି ଟଙ୍କା ଚାନ୍ଦା ମିଳିଛି। ସେଭଳି ଦ୍ୱିତୀୟ ନମ୍ବରରେ ମହାରାଷ୍ଟ୍ର ରହିଛି, ଯେଉଁଠାରୁ ରାଜନୈତିକ ଦଳକୁ ୨୪୩୮.୮୬ କୋଟି ଟଙ୍କା ଚାନ୍ଦା ମିଳିଛି। ତୃତୀୟ ନମ୍ବରରେ ଗୁଜରାଟ ରହିଛି, ଯେଉଁଠୁ ପାର୍ଟିକୁ ୩୦୯.୧୭ କୋଟି ଟଙ୍କା ମିଳିଛି।
ଜାତୀୟ ଦଳକୁ ଚାନ୍ଦାର ଏକ ବଡ଼ ଅଂଶ କର୍ପୋରେଟ୍ ଡୋନେସନ୍ରୁ ଆସିଥାଏ। ୨୦୨୪-୨୫ ରେ କର୍ପୋରେଟ୍ ଡୋନେସନ୍ ୯୨.୧୮ % ଥିଲା। ଜାତୀୟ ଦଳକୁ ୩,୨୨୪୪ କର୍ପୋରେଟ୍ରୁ ମୋଟ ୬୧୨୮.୭୮୭ କୋଟି ଟଙ୍କା ଦାନ ମିଳିଛି। ୭,୯୦୦ ବ୍ୟକ୍ତିଗତ ଡୋନେସନ୍ ଜାତୀୟ ଦଳକୁ ମୋଟ ୫୦୫.୬୬ କୋଟି ଟଙ୍କାର ଦାନ ଦେଇଛି।ବିଜେପିକୁ ୨୭୯୪ କର୍ପୋରେଟ୍ ଡୋନରଙ୍କଠାରୁ ସର୍ବାଧିକ ୫୭୧୭.୧୬୭ କୋଟି ଟଙ୍କା ପାଇଛି।ସେଭଳି କଂଗ୍ରେସ ୧୧୨ କର୍ପୋରେଟ୍ ଡୋନୋରଙ୍କଠାରୁ ୩୮୩.୮୬୦୫ କୋଟି ଟଙ୍କା ଓ ୨,୩୫୭ ବ୍ୟକ୍ତିଗତ ଡୋନରଙ୍କଠାରୁ ୧୩୨.୩୮୮୫ କୋଟି ଟଙ୍କ ଚାନ୍ଦାରେ ପାଇଛି।ଶ୍ରେଷ୍ଠ ଡୋନରଙ୍କ ମଧ୍ୟରେ, ପ୍ରୁଡେଂଟ୍ ଇଲେକ୍ଟୋରାଲ୍ ଟ୍ରଷ୍ଟ ବିଜେପି, କଂଗ୍ରେସ ଏବଂ ଆପକୁ ମିଳିତ ଭାବରେ ମୋଟ ୨୪୧୩.୪୬୫ କୋଟି ଦାନ କରିଛି।
ଏଥିମଧ୍ୟରୁ, ୨୧୮୦.୭୧୧୯ କୋଟି ବିଜେପିକୁ, କଂଗ୍ରେସକୁ ୨୧୬.୩୩୫ କୋଟି ଏବଂ ଆପକୁ ୧୬.୪୧୭୮ କୋଟି ମିଳିଛି।