ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାନ୍ଦା ନିକଟରେ ଯମୁନାନଦୀରେ ଏକ ଡଙ୍ଗା ବୁଡ଼ି ୨୦ ଜଣଙ୍କର ମୃତ୍ୟୁ ଘଟିଛି । ଖବରପାଇ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଡଙ୍ଗାରେ ୩୬ ଜଣ ଲୋକ ଥିଲେ ଯାହା ସେମାନେ ଫତେପୁର ଯାଉଥିଲେ । କୁହାଯାଉଛି, ଡଙ୍ଗାରେ ଅଧିକ ଲୋକେ ଥିବାରୁ ତାହା ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା । ଡଙ୍ଗା ବୁଡ଼ିବା ପରେ ୧୬ ଜଣ ପହଁରି ନଦୀ କୂଳକୁ ଫେରି ଆସିଥିଲେ । କିନ୍ତୁ ବାକି ୨୦ ପହଁରା ଜାଣି ନଥିବାରୁ ବୁଡ଼ି ଯାଇଥିବା ଜଣାପଡିଛି ।