ଏସସିବିରୁ ୨ ଦଲାଲ ଗିରଫ

ଏସିବି ବ୍ଲଡ ବ୍ୟାଙ୍କରେ ରକ୍ତ ଯୋଗାଇ ଦେବା ନାଁରେ ଲାଞ୍ଚ….

କଟକ : ଏସିବି ବ୍ଲଡ ବ୍ୟାଙ୍କରେ ରକ୍ତ ଯୋଗାଇ ଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ ଏସିବି ମେଡିକାଲ ସିକ୍ୟୁରିଟି ସୁପରଭାଇଜର । ସୂଚନାଯାଗ୍ୟ ଯେ, ବାଲେଶ୍ୱର ଅଞ୍ଚଳର ଜଣେ ରୋଗୀ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ରକ୍ତ ଆବଶ୍ୟକ ପଡ଼ିଥିଲା । ତାଙ୍କୁ ରକ୍ତ କରାଇଦେବା ପାଇଁ ସୁପରଭାଇଜର ଜଣଙ୍କ ୧୪ ଶହ ଟଙ୍କା ଲାଞ୍ଚ ନେଇ ଏକ ବ୍ଲଡ କୁପନ ଧରାଇ ଦେଇଥିଲେ । ତେବେ ବ୍ଲଡ ବ୍ୟାଙ୍କରେ କୁପନ ଦେବା ବେଳେ ଏହା ନକଲି କୁପନ ବୋଲି ଜଣାପଡିଥିଲା । ମହିଳା ଜଣଙ୍କ ଅଭିଯୋଗ ପରେ ମେଡିକାଲ କତ୍ତୃପକ୍ଷ ତଦନ୍ତ କରିଥିଲେ । ସୁପରଭାଇଜରଙ୍କ ସମ୍ପୃକ୍ତ ବୋଲି ଜଣାପଡିବା ପରେ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା । ତେବେ ଏହି ଏତଲା ଆଧାରରେ ଉକ୍ତ ସୁପରଭାଇଜରଙ୍କୁ ଗିରଫ କରିଛି ପୋଲିସ ।