ବାପା-ସାନପୁଅ ଆକ୍ରମଣରେ ବଡ଼ପୁଅ ମୃତ

ବୌଦ୍ଧ : ବାପା-ପୁଅ ମିଶି ବଡ଼ଭାଇକୁ ହତ୍ୟାକରିଛନ୍ତି । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୁଣିବାହାଲରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ବଜାରରେ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟି ହତ୍ୟାକାଣ୍ଡ ଘଟାଇଛନ୍ତି । ମୃତକଙ୍କ ପରିଚୟ ଯୁବରାଜପୁର ଗାଁର ଝରିଆ ବାରିକ । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ଦୁଇ ଅଭିଯୁକ୍ତଙ୍କୁ ବୌଦ୍ଧ ଥାନା ସରସରା ପାଖରୁ ପୁରୁଣା କଟକ ପୋଲିସ କାବୁ କରିଛି ।