ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବେ ନୀତୀଶ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟରେ….

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟରେ ନିଜର ବହୁମତ ସାବ୍ୟସ୍ତ କରିବେ । ଆସନ୍ତା ୨୪ରେ ଏହି ଫ୍ଲୋର ଟେଷ୍ଟ ହେବ । ବିଜେପି ସହ ସମ୍ପର୍କ ତୁଟାଇ ଆରଜେଡି ସହ ହାତମିଳାଇ ବିହାରରରେ ମହାଗଠବନ୍ଧନ ସରକାର ଗଢ଼ିଛନ୍ତି । ବିଜେପି ହାତ ଛାଡ଼ିବା ପରେ ଆରଜେଡି ଓ କଂଗ୍ରେସ ସହ ୭ଟି ଦଳର ସମର୍ଥନରେ ରାଜ୍ୟରେ ନୂଆ ମହାମେଣ୍ଟ ସରକାରର ଶାସନ ଆରମ୍ଭ କରିଛନ୍ତି ନୀତୀଶ । ସେ ରେକର୍ଡ ଅଷ୍ଟମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆରଜେଡିର ତେଜସ୍ୱୀ ଯାଦବ ହୋଇଛନ୍ତି ଡେପୁଟି ମୁଖ୍ୟମନ୍ତ୍ରୀ ।