୯ରୁ ୧୩ ବର୍ଷର ଝିଅଙ୍କୁ ଦିଆଯିବ ଜରାୟୁ କ୍ୟାନସର ପ୍ରତିଷେଧକ ଟିକା!

କ୍ୟାନସର ଦ୍ୱିତୀୟ ସ୍ଥାନରେ ରହିଛି ଜରାୟୁ ….

ନୂଆଦିଲ୍ଲୀ : କ୍ୟାନସର ଦ୍ୱିତୀୟ ସ୍ଥାନରେ ରହିଛି ଜରାୟୁ କର୍କଟ । ତେବେ ଆଶ୍ୱସ୍ତର କଥା ହେଉଛି, ଜରାୟୁ କର୍କଟକୁ ପ୍ରତିରୋଧ କରିବା ପାଇଁ ଟିକା ରହିଛି । ଏ ନେଇ ଅଗଷ୍ଟ ୧୫ରେ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏପଟେ ଆକାଂକ୍ଷୀ ଜିଲ୍ଲାରେ ୯ରୁ ୧୩ ବର୍ଷର ଝିଅଙ୍କୁ ମାଗଣାରେ ଟିକା ଦେବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ୯ରୁ ୧୩ ବର୍ଷ ବୟସର ବାଳିକାମାନଙ୍କୁ ମାଗଣାରେ ହ୍ୟୁମାନ ପାପିଲୋମା ଭାଇରସ (ଏଚପିଭି) ଟିକା ଦେବା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ସର୍ଭିକାଲ କ୍ୟାନସର ବା ଜରାୟୁ କର୍କଟରୁ ସୁରକ୍ଷା ଦେବ ଏହି ଟିକା ।