ଶୁଟିଂ ସେଟରେ ଆହତ ହେଲେ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଶୁଟିଂ ସମୟରେ ତାଙ୍କ ଗୋଡ ଭାଙ୍ଗି ଯାଇଛି । ଶିଳ୍ପା ଏନେଇ ସୂଚନା ଦେଇଛନ୍ତି । ତାଙ୍କୁ ଏକ ହ୍ୱିଲ ଚେୟାରରେ ବସି ଡାକ୍ତରଖାନାରେ ଦେଖିବାକୁ ମିଳୁଛି । ତାଙ୍କ ଗୋଡ ମଧ୍ୟ ବ୍ୟାଣ୍ଡେ ହୋଇଛି । ବର୍ତ୍ତମାନ ୬ସପ୍ତାହ ଧରି ଶୁଟିଂ କରିପାରିବି ନାହିଁ । ଶିଳ୍ପା ଗୋଆରେ ତାଙ୍କର ଆଗାମୀ ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ ପାଇଁ ଶୁଟିଂ କରୁଥିଲେ । ଏହି ସିରିଜର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଶେଟ୍ଟୀ ।