ପଦାର୍ଥ ବିଜ୍ଞାନରେ ତିନି ବୈଜ୍ଞାନିକଙ୍କୁ ନୋବେଲ

ଭୁବନେଶ୍ବର (ଏସ୍ ନ୍ଯୁଜ): ପଦାର୍ଥ ବିଜ୍ଞାନରେ ତିନି ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର। ବ୍ରିଟିଶ ବୈଜ୍ଞାନିକ ରୋଜର୍ ପେନରୋଜ୍, ଜର୍ମାନୀର ରିନହାର୍ଡ ଗେନଜେଲ୍ ଓ ଆମେରିକା ବୈଜ୍ଞାନିକ ଆଣ୍ଡ୍ରେୟା ଗେଜଙ୍କୁ ପଦାର୍ଥ ବିଜ୍ଞାନରେ ପୁରସ୍କାର ପାଇଁ ବିବେଚିତ କରାଯାଇଛି ।

ରୋଜର ପେନରୋଜଙ୍କୁ ବ୍ଲାକ୍ ହୋଲ୍ ବା କଳାଗର୍ତ୍ତର ଆବିଷ୍କାର, ରିନହାର୍ଡ ଓ ଆଣ୍ଡ୍ରେଆଙ୍କୁ ଆକାଶଗଙ୍ଗାର କେନ୍ଦ୍ରରେ ସୁପରମେସିଭ୍ କମ୍ପାକ୍ଟ ଅବଜେକ୍ଟର ସନ୍ଦାନ ପାଇଁ ନୋବେଲ ଦିଆଯାଉଛି । ଏହି ପୁରସ୍କାର ଅନେକ ବର୍ଷ ଧରି ପଦାର୍ଥ ବିଜ୍ଞାନର ନୋବେଲ ସମ୍ଭନ୍ଧୀୟ ବିଷୟ ଉପରେ କାର୍ଯ୍ୟ କରୁଥିବା ଏକାଧିକ ବୈଜ୍ଞାନିକଙ୍କୁ ଦିଆଯାଉଛି ।

ସୂଚନାଯୋଗ୍ୟ, ଗତବର୍ଷ ସୌର ମଣ୍ଡଳ ବାହାରର ଏକ ଗ୍ରହର ସନ୍ଧାନ କରିଥିବା ମହାକାଶ ବିଜ୍ଞାନୀ ମାଇକେଲ୍ ମେୟର ଓ ଡିଡିୟର କୁଲୋଜଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ।