ପୁଲିସକୁ ମାଡ଼ ମାରି ୨୫ ଚାଳକ ଗିରଫ

ଗାନ୍ଧୀନଗର: କେନ୍ଦ୍ର ସରକାରଙ୍କ ହିଟ୍‌ ଆଣ୍ଡ୍‌ ରନ୍‌ ଆଇନକୁ ପ୍ରତିବାଦ କରି ସାରାଦେଶର ପ୍ରତିଟି ଅଂଚଳରେ ମୁଣ୍ଡ ଟେକିଛି ପରିବହନ ଚାଳକଙ୍କ ହରତାଳ । ସେହି କ୍ରମରେ ଗୁଜରାଟର ସୁରତରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଳକଙ୍କୁ ଘଉଡ଼ାଇବାକୁ ଯାଇ ପୁଲିସକୁ ପ୍ରବଳ ମାଡ଼ ଖାଇବାକୁ ପଡ଼ିଛି ।

ମାଡ଼ ଖାଇ ପୁଲିସ କି ନିରବ ରହିବ? ଭାଇରାଲ ହୋଇଥିବା ମାଡ଼ଖିଆ ପୁଲିସଙ୍କ ଭିଡିଓକୁ ନିରୀକ୍ଷଣ କରି ପୁଲିସ ପ୍ରାୟ ୨୦ ଜଣ ଚାଳକଙ୍କୁ ଥାନାକୁ ଟାଣି ନେଇଛି ।