ୟୁପି : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଗଦା ଗଦା ପ୍ରତିଶ୍ରୁତି ଦେଉଛନ୍ତି ସବୁ ରାଜନୈତିକ ଦଳ । ସେହିପରି ସମାଜବାଦି ପାର୍ଟି ମଧ୍ୟ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବ ବୋଲି କହିଛି । ଏହି ଅଭିଯାନ ଆରମ୍ଭ ହେବ ବୋଲି ସପା ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ।
ସେ କହିଛନ୍ତି ଯେଉଁମାନେ ମାଗଣା ବିଦ୍ୟୁତ ପାଇବାକୁ ଚାହୁଁଛନ୍ତି ସେମାନେ ଦଳ ଦେଉଥିବା ଏକ ଫର୍ମରେ ସେମାନଙ୍କ ନାମ ଲେଖିବା ଉଚିତ । ସେହିପରି ସେ କହିଛନ୍ତି ଯେ, ବିଦ୍ୟୁତ୍ ସହିତ ଏହି ନା ସମାନ ନାମ ହେବା ଉଚିତ । ଅଖିଳେଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେଉଁମାନଙ୍କର ବିଦ୍ୟୁତ ସଂଯୋଗ ଅଛି କିମ୍ବା ଯେଉଁମାନେ ସଂଯୋଗ ପାଇବାକୁ ଚାହୁଁଛନ୍ତି ସେମାନେ ତୁରନ୍ତ ଫର୍ମ ପୁରଣ କର ଓ ଏହି ଫର୍ମରେ ସମାନ ନାମ ଲେଖନ୍ତୁ ଯାହା ନାଁରେ ବିଦ୍ୟୁତ୍ ବିଲ୍ ଆସେ । ଏହି ଅଭିଯାନ କେବଳ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇ ଦିଆଯିବ ।