ଟିକା ନେଇନଥିଲେ ରେଷ୍ଟୁରାଣ୍ଟ ମନା

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋଭିଡ ମହାମାରୀ ଦ୍ରୁତ ଗତିରେ ବୃଦ୍ଧଇପାଇବା ସହ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ମଧ୍ୟ ବୃଦ୍ଧି ପାଉଛି । ଏହା ସହ ୟୁକେ, ଆମେରିକା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ଓ ବ୍ରିଟେନ୍‌ ଆଦି ଦେଶରେ ଦ୍ରୁତଗତିରେ ମାଡୁଛି ଏହି ନୂଆ ଭାରିଆଣ୍ଟ ଓମକ୍ରିନ । ଏହି ମାମଲା ଦେଖି ଫ୍ରାନ୍ସ ସରକାର ଏକ ନୂଆ ଗାଇଡଲାଇନ ବାହାର କରିଛନ୍ତି । ଫ୍ରାନ୍ସ ସରକାର କହିଛନ୍ତି ଯେ, ଯେଉଁମାନେ କୋଭିଡ ଟିକା ନେଇନାହାନ୍ତି ସେମାନେ ରେଷ୍ଟୁରାଣ୍ଟ, କାଫେ, ଖେଳ ଷ୍ଟାଡିୟମ୍‌ ଓ ଅନ୍ୟାନ୍ୟ ସ୍ଥାନରେ ପ୍ରବେଶ କରିପାରିବେନି । ସଂକ୍ରମଣକୁ ରୋକିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ଫ୍ରାନ୍ସ ସରକାର ।

ସେଠାରେ ଦୈନିକ ଦ୍ରୁତଗତିରେ ସଂକ୍ରମିତ ଚିହ୍ନଟ ହେଉଥିବାରୁ ହସ୍ପିଟାଲରେ ମଧ୍ୟ ବେଡ୍‌ ସଂଖ୍ୟା ବଢିଛି । ଏଭଳି ପରିସ୍ଥିତିରେ ଟିକା ନେବା ନିହାତି ଦରକାର ଯାହା ଇମ୍ୟୁନିଟି ଆଣ୍ଟିବଡି ସୃଷ୍ଟି ହେବ । ତେଣୁ ଲୋକମାନେ ଯେପରି ଟିକା ନେବେ ତା ଉପରେ ଗୁରୁତ୍ୱ ଦିଆଯାଉଛି । ସେଥିପାଇଁ ସମସ୍ତଙ୍କୁ ଟିକା ନେବାକୁ ବାଧ୍ୟତାମୂଳକ କରାଯାଇଛି ବୋଲି ଘୋଷଣା କରିଛନ୍ତି ।