ଭୂମିକମ୍ପରେ ଥରିଲା ଆଫଗାନିସ୍ତାନରେ: ୨୬ ମୃତ

ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ । ଏହି ଭୂମିକମ୍ପରେ ପ୍ରାୟ ୨୬ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଏହି ଝଟକାରେ ଘର ଭୁଶୁଡ଼ିବା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ମୃତକଙ୍କ ମଧ୍ୟରେ ୫ ମହିଳା ଓ ୪ ଶିଶୁ ଅଛନ୍ତି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଛି । ସୂଚନା ଅନୁସାରେ ଆଫଗାନିସ୍ତାନର ବାଡଘିସରେ ଭୂମିକମ୍ପର ଝଟକାରେ ଅନେକ ଘର କ୍ଷତିଗ୍ରସ୍ତ ହେବା ସହ ମୃତତଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି ଆଶା କରାଯାଉଛି ।