ସୁଶାନ୍ତ ସିଂହ ମୃତ୍ୟୁ ମାମଲା : ପୁନଃଶୁଣାଣିରେ ୪ ଅଭିଯୁକ୍ତ କୋର୍ଟରେ ହାଜର-shaksi news


ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲାକୁ ନେଇ ଦାଖଲ ହୋଇଥିବା ରିଭିଜନ୍ ଉପରେ ମୁଜାଫରପୁର ଏଡିଜେ ରାକେଶ ମାଳବୀୟଙ୍କ କୋର୍ଟରେ ଶୁଣାଣି ହୋଇଛି। ଏଥିରେ ଅଭିଯୁକ୍ତ ସଞ୍ଜୟ ଲୀଳା ଭନସାଲି ,ଏକତା କପୁର,ଭୂଷଣ କୁମାର ଏବଂ ସାଜିଦ ନାଦିଆଦଓ୍ବାଲାଙ୍କ ଓକିଲ କୋର୍ଟରେ ଉପସ୍ଥିତ ହୋଇଛନ୍ତି। ।କୋର୍ଟ ଶେଷ ଯୁକ୍ତି ପାଇଁ ଡିସେମ୍ବର ୯ତାରିଖ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଛନ୍ତି।

ଏହା ପୂର୍ବରୁ ସଲମାନ ଖାନଙ୍କ ତରଫରୁ ତାଙ୍କ ଓକିଲ କୋର୍ଟରେ ଉପସ୍ଥିତ ହୋଇଥିଲେ। ଏହା ପୂର୍ବରୁ ଅନୁପସ୍ଥିତିକୁ ନେଇ ଫିଲ୍ମ ନିର୍ମାତାଙ୍କୁ ନୋଟିସ୍ ପଠାଯାଇଥିଲା ଯାହା ପରେ ସମସ୍ତେ ଗତକାଲି କୋର୍ଟରେ ହାଜର ହୋଇଥିଲେ। ଗତ ଅଗଷ୍ଟ ୧୪ତାରିଖରେ ଓକିଲ ସୁନୀଲ କୁମାର ଓଝା ,ସଲମାନ ଖାନ୍ ସମେତ ୮ କଳାକାରଙ୍କ ବିରୋଧରେ ଜିଲ୍ଲା କୋର୍ଟରେ ରିଭିସନ ଦାଖଲ କରିଥିଲେ।