ଗୃହରେ ‘ପରୀ’ ତାତି, ୩ଟା ଯାଏଁ ଗୃହକୁ ମୁଲତବୀ-shaksi news


ଭୁବନେଶ୍ୱର( ଏସ୍ ନ୍ୟୁଜ ): ବହୁ ଚର୍ଚ୍ଚିତ ନୟାଗଡର ପରୀ ହତ୍ୟା ମାମଲାକୁ ନେଇ ଆଜି ପୁଣି ବିଧାନସଭାରେ ହଟ୍ଟଗୋଳ ଆରମ୍ଭ ହୋଇଛି । ଏସଆଇଟି ଗଠନ ନେଇ ସ୍ପଷ୍ଟୀକରଣ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ସେହିପରି ମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରି ହୋହଲ୍ଲା କରିଛନ୍ତି ବିଜେପି ସଦସ୍ୟ । କଂଗ୍ରେସ ଓ ବିଜେପି ସଦସ୍ୟଙ୍କର ପ୍ରବଳ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।