ଡେଟିଂ ଆପ୍‌ ଜରିଆରେ ବନ୍ଧୁତା ଜମାଇ ଲୁଟିନେଲେ ୪ କୋଟି

ନ୍ୟୁୟର୍କ: ଫିଲାଡେଲଫିଆରେ ରହୁଥିବା ଜଣେ ଭାରତୀୟ-ଆମେରିକୀୟ ମହିଳାଙ୍କ ମନରେ ବିଶ୍ୱାସ ଜନ୍ମାଇ ଜଣେ ମହାଠକ ୪ କୋଟି ଟଙ୍କା ଠକି ନେଇଛି । ଡେଟିଂ ଆପ୍‌ ଚକ୍କରରେ ପଡ଼ି ଶ୍ରେୟା ଦତା ୪ କୋଟି ଟଙ୍କା ହରାଇ ବସିଛନ୍ତି । ଏନସେଲ ନାମକ ଜଣେ ବ୍ୟକ୍ତି ଡେଟିଂ ଆପ୍‌ ଜରିଆରେ ନିଜକୁ ଫ୍ରାନ୍ସର ଜଣାଶୁଣା ମଦବେପାରୀ ପରିଚୟ ଦେଇ ଶ୍ରେୟାଙ୍କ ସହିତ ବନ୍ଧୁତା ସ୍ଥାପନ କଲା ।

ମଉକା ଦେଖି ସାଢେ଼ ଚାରି ଲକ୍ଷ ଡଲାର (୩.୭୩ କୋଟି ଟଙ୍କା) ଠକି ନେଇ ଚାଲିଗଲା ।ଅପରାଧି ଜଣକ ଡିପ୍‌ ଫେକ୍‌ ଭିଡିଓ ଓ ଗୋଟିଏ ସ୍କ୍ରିପ୍ଟ ବଳରେ ଏକାଧିକ ଲୋକଙ୍କ ସହିତ ଠକାମି କରିଛି । ଅଭିଯୁକ୍ତ ଏନ୍‌ସେଲ ଶ୍ରେୟାଙ୍କ ମନରେ ବିଶ୍ୱାସ ଜନ୍ମାଇ ନକଲି କ୍ରିପ୍ଟୋ ନିବେଶ ମାୟାରେ ପକାଇଥିଲା ।