ୟୁପିରେ ସମାଜବାଦୀ ପାର୍ଟିକୁ ମିଳିଲା ଧୋକା

ଲକ୍ଷେ୍ନø: ୟୁପିରେ ଶେଷ ହୋଇଛି ରାଜ୍ୟସଭା ନିର୍ବାଚନ । କ୍ରସ୍‌ ଭୋଟିଂ ବଳରେ ୟୁପି ବିଜେପିର ଅଷ୍ଟମ ପ୍ରାର୍ଥୀ ବାଜି ମାରିନେଲେ । ସମାଜବାଦୀ ପାର୍ଟିର ବିଧାୟକମାନେ ହାଇକମାଣ୍ଡ ଅଖିଳେଶ ଯାଦବଙ୍କୁ ଧୋକା ଦେଇଛନ୍ତି ବୋଲି ଅଭିଯୋଗମାନ ଶୁଣିବାକୁ ମିଳୁଛି ।

ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅମରପାଲ ମୌର୍ଯ୍ୟଙ୍କୁ ୩୬ଟି ଭୋଟ ମିଳିଛି । ଆରପିଏନ୍‌ ସିଂଙ୍କୁ ୩୪, ସାଧନା ସିଂଙ୍କୁ ୩୪, ସଂଜୟ ସେଠଙ୍କୁ ୨୯, ସଂଗୀତା ବଲବନ୍ତ ବିନ୍ଦଙ୍କୁ ୩୬, ସୁଧାଂଶୁ ତ୍ରିବେଦୀଙ୍କୁ ୩୮, ତେଜବୀର ସିଂଙ୍କୁ ୩୮ ଓ ନବୀନ ଜୈନଙ୍କୁ ୩୪ ଖଣ୍ଡ ଭୋଟ ମିଳିଛି । ସପା ପ୍ରାର୍ଥୀ ଜୟା ବଚ୍ଚନଙ୍କୁ ୪୧ ଓ ରାମଜୀ ଲାଲ ସୁମନଙ୍କୁ ୩୭ ଭୋଟ ମିଳିଛି । ସପା ପ୍ରାର୍ଥୀ ଆଲୋକ ରଂଜନଙ୍କ ଝୁଲାରେ ମାତ୍ର ୧୬ ଖଣ୍ଡ ଭୋଟ ପଡ଼ିଥିଲା । ନିର୍ବାଚନରେ ଜୟାଙ୍କୁ ସର୍ବାଧିକ ଭୋଟ ମିଳିଛି ।