ଅଙ୍କ ମାୟାରେ ଫସିଗଲା ହିମାଚଳ ପ୍ରଦେଶର କଂଗ୍ରେସ ସରକାର

ନୂଆଦିଲ୍ଲୀ: ୟୁପି, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶର ୧୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ତା’ ଭିତରୁ ୟୁପି ଓ ହିମାଚଳରେ କ୍ରସ ଭୋଟିଂ ଦେଖିବାକୁ ମିଳିଛି । କ୍ରସ ଭୋଟିଂ କାରଣରୁ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭିଙ୍କ ରାଜ୍ୟସଭା ଆଶା ମଉଳି ଯାଇଛି ।

ହିମାଚଳ ପ୍ରଦେଶ ବିଧାନସଭାରେ ରାଜ୍ୟସଭାକୁ ପଠାଇବା ପାଇଁ ବିଜେପି ନିକଟରେ ଆବଶ୍ୟକ ସଭ୍ୟ ନଥିଲେ । କ୍ରସ ଭୋଟିଂ କାରଣରୁ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କ ପକେଟରେ ତିନୋଟି ସ୍ୱାଧିନ ବିଧାୟକଙ୍କ ସମେତ କିଛି କଂଗ୍ରେସ ବିଧାୟକଙ୍କ ଭୋଟ ପଡ଼ିଛି । ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କୁ ସମାନ ସମାନ ଭୋଟ ମିଳିବାରୁ ଚିଠା ପକାଇ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରି ଦିଆଯାଇଛି ।

ବିଜେପିର ଜିତାପଟ ଏବେ ହିମାଚଳ ପ୍ରଦେଶର କଂଗ୍ରେସ ସରକାର ପାଇଁ ବିପଦକୁ ଡାକି ଆଣିଛି । ବିଜେପି ନେତା ବୁଧବାର ସକାଳେ ରାଜ୍ୟପାଳଙ୍କୁ ଭେଟି କଂଗ୍ରେସ ବିରୋଧରେ ଅନାସ୍ଥା ଦାବି କରିପାରନ୍ତି ।