ବସ୍‌‌ ଧକ୍କାରେ ୫ ମୃତ

ନୂଆଦିଲ୍ଲୀ : ଗୁଜରାଟର ଗାନ୍ଧୀନଗର ଜିଲାର କଲୋଲରେ ବୁଧବାର ସକାଳେ ଦ୍ରୁତ ଗତିରେ ଯାଉଥିବା ଏକ ବସ୍‌‌ ଅନ୍ୟ ଏକ ବସ୍‌‌ ସହ ଧକ୍କା ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ଚିକିତ୍ସା କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ୭ଟା ୩୦ରେ ଘଟିଛି। ସକାଳ ସମୟରେ ଯାତ୍ରୀବାହୀ ବସକୁ କିଛି ଯାତ୍ରୀ ଅପେକ୍ଷା କରିଥିଲେ। ବସ୍‌‌କୁ ଯିବା ସମୟରେ ଆଉ ଏକ ବସ ପଛପଟୁ ଏହି ବସ୍‌‌କୁ ଧକ୍କା ଦେଇଥିଲା।