ବିଷାକ୍ତ ମଦ ପିଇ ୬ ଜଣଙ୍କର ମୃତ୍ୟୁ

ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାରେ ରହସ୍ୟମୟ ପରିସ୍ଥିତିରେ ୬ ଜଣଙ୍କର…

କୋଲକାତା : ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାରେ ରହସ୍ୟମୟ ପରିସ୍ଥିତିରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକ ଦାବି କରିଛନ୍ତି ଯେ, ମାଲିପଞ୍ଚଗଡ଼ା ଅଂଚଳର ଏକ ଦୋକାନରୁ ଦେଶୀ ମଦ ପିଇବା ପରେ ଅତି କମରେ ୨୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଲୋକମାନେ ଏକ ମଦ ଦୋକାନରେ ଭଙ୍ଗାରୁଜା କରିଥିଲେ । ତେବେ ମୃତ୍ୟୁର କାରଣ ନିଶ୍ଚିତ କରିବାକୁ ସେମାନେ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବେ ବୋଲି ପୋଲିସ କହିଛି ।