ଚାପଗ୍ରସ୍ତ ନ ହୋଇ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କର: ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ୨ଠ୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଭାରତୀୟ କ୍ରୀଡ଼ାବିତମାନଙ୍କ ସହିତ ଭାବ ବିନିମୟ କରିଛନ୍ତି । ଏହି ଅବସରରେ ଉଭୟ କ୍ରୀଡ଼ାବିତ ଏବଂ ସେମାନଙ୍କର ପ୍ରଶିକ୍ଷକମାନଙ୍କ ସହିତ କେନ୍ଦ୍ର କ୍ରୀଡ଼ା, ଯୁବସେବା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏବଂ କ୍ରୀଡ଼ାବିତ ସଚିବ ଉପସ୍ଥିତ ଥିଲେ । ଆଜି ପ୍ରସଙ୍ଗକ୍ରମେ ଆନ୍ତର୍ଜାତିକ ଚେସ ଦିବସ ମଧ୍ୟ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଚଳିତ ଜୁଲାଇ ମାସ ୨୮ ତାରିଖରେ ୨୮ତମ ଚେସ ଅଲିମ୍ପିଆଡ ଆୟୋଜିତ ହେଉଛି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ୬୫ରୁ ଅଧିକ କ୍ରୀଡ଼ାବିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଥିବା ଜାଣି ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ସେମାନଙ୍କ ଉତ୍ତମ ପ୍ରଦର୍ଶନ କାମନା କରିଥିଲେ । କୌଣସି ଚାପର ସମ୍ମୁଖୀନ ନ ହୋଇ, ସମସ୍ତ ଶକ୍ତି ଓ ସାମର୍ଥ୍ୟ ଲଗାଇ ମନଯୋଗ ସହିତ ଖେଳିବାକୁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ଜଣେ କ୍ରୀଡ଼ାବିତ ଅବିନାଶ ସାବଲେଙ୍କ ସହିତ କଥା ହୋଇଥିଲେ ।