ମୂର୍ତ୍ତି ଛୁଇଁବାରୁ ଦଳିତ ପରିବାରକୁ ୬୦ ହଜାର ଜରିମାନା

ବେଙ୍ଗାଲୁରୁ: ଦଳିତ ବର୍ଗର ଲୋକେ ଏବେ ବି ଜାତିଭେଦ ଭଳି କୁତ୍ସିତ ପରମ୍ପରାର ଶିକାର ହେଉଛନ୍ତି । କର୍ଣ୍ଣାଟକର କୋଲାର ଜିଲ୍ଲାରେ ଉଲ୍ଲେରାହାଲି ଗ୍ରାମରେ ଦେଖିବାକୁ ମିଳିଛି । ମୂର୍ତ୍ତି ଛୁଇଁଦେବାରୁ ଜଣେ ଦଳିତ ପରିବାରକୁ ହୋଇଛି ୬୦,୦୦୦ ଟଙ୍କା ଜରିମାନା । ଦକ୍ଷିଶ ଭାରତର ପ୍ରସିଦ୍ଧ ମୂର୍ତ୍ତି ସିଦ୍ଦିରନ୍ନା ମୂର୍ତ୍ତି ଛୁଇଁ ଦେବାରୁ ସମ୍ପୃକ୍ତ ପରିବାରକୁ ମୋଟା ଅଙ୍କର ତଣ୍ଡ ହୋଇଛି । ଗାଁରେ ଥିବା ମନ୍ଦିର ଛୁଇଁବାକୁ ଦଳିତମାନଙ୍କୁ ମନା କରାଯାଇଥିଲା ।

କିନ୍ତୁ ଏହି ସମୟରେ ଗାଁର ଜଣେ ବ୍ୟକ୍ତିଙ୍କ ୧୫ ବର୍ଷର ପୁଅ ସେଠାରେ ଥିବା ସିଦ୍ଦିରନ୍ନା ମୂର୍ତ୍ତି ସହ ସଂଲଗ୍ନ ଖମ୍ବକୁ ଛୁଇଁ ଦେଇଥିଲେ । ଏହା ପରେ ସେ ଗାଁରେ ଥିବା ପ୍ରଥା ପରମ୍ପରାକୁ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରିଥିଲେ । ଗ୍ରାମବାସୀଙ୍କ ମତରେ ଖମ୍ବଟି ଅଛୁଆଁ ହୋଇଗଲା । ପରେ ଗ୍ରାମବାସୀମାନେ ପଞ୍ଚାୟତ ଡାକି ସର୍ବସମ୍ମୁଖଣେ ରମେଶଙ୍କୁ ଗାଳି ମନ୍ଦ କରିବା ସହ ଅପମାନିତ କରିବା ସହ ୬୦,୦୦୦ ଟଙ୍କା ଜାରିମାନା କରାଯାଇଛି । ଦଣ୍ଡସୂରୁପ ତାଙ୍କୁ ଗାଁରୁ ବିତାଡ଼ିତ କରିଦିଆଯିବ । ଏନେଇ ମାମଲା ଥାନାରେ ପହଞ୍ଚିବା ପରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି ।