ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ଭାରତରେ ୭୨୦୪୯ ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୬୭ ଲକ୍ଷ ୫୭ ହଜାର ୧୩୧କୁ ଛୁଇଁଛି । ସେହିପରି ୮୨୨୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୮୬ଜଣଙ୍କ ମୃତ୍ୟୁ ଘଟିଛି।
ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୬୭ ଲକ୍ଷ ୫୭ ହଜାର ୧୩୧ ରେ ପହଞ୍ଚିଛି । ଏହା ମଧ୍ୟରୁ ୯୦୭୮୮୩ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୦୪୫୫୫କୁ ବୃଦ୍ଧି ପାଇଛି । ତେବେ ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୫୭୪୪୬୯୩ରେ ପହଞ୍ଚିଛି ।