ନୂଆ ସଂସଦ ଉଦଘାଟନରେ ଜାରି ହେବ ୭୫ ଟଙ୍କିଆ କଏନ୍

▪️ କେନ୍ଦ୍ର ସରକାର ଆଣିବେ ଧାତବ ମୁଦ୍ରା ।

‘କଏନେଜ ରୁଲ-୨୦୨୩’ ଅନୁଯାୟୀ ଏହି ସ୍ମାରକୀ ମୁଦ୍ରା ଜାରି କରିବେ କେନ୍ଦ୍ର ସରକାର ।

▪️ନୂଆ ସଂସଦ ଉଦଘାଟନ ଉତ୍ସବରେ କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ୱରେ ଜାରି ହୋଇପାରେ ୭୫ ଟଙ୍କିଆ କଏନ୍ ।

▪️ଏହି ଧାତବ ମୁଦ୍ରା ଟଙ୍କାଶାଳରେ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦେଲେ ଅର୍ଥ ମନ୍ତ୍ରାଳୟ ।

▪️ଏହି ମୁଦ୍ରାରେ ୫୦% ରୂପା, ୪୦% ତମ୍ବା, ୫% ନିକେଲ ଏବଂ ୫% ଦସ୍ତାର ସମ୍ମିଶ୍ରଣ ରହିବ ।

▪️ ୭୫ ଟଙ୍କିଆ ମୁଦ୍ରାର ଗୋଲେଇ ୪୪ ମିଲିମିଟର ହୋଇଥିବା ବେଳେ ଏଥିରେ ୨୦୦ଟି ଦାନ୍ତି ରହିବ ଏବଂ ଏହାର ସମ୍ମୁଖ ପାଶ୍ୱର୍ରେ ଅଶୋକ ସ୍ତମ୍ଭରେ ଥିବା ଜାତୀୟ ସଂକେତ ସିଂହ ସ୍ଥାନ ପାଇବ ।

▪️ଏହା ତଳକୁ ଟଙ୍କାର ଚିହ୍ନ (“₹”)କୁ ସ୍ଥାନୀତ କରାଯିବା ସହ ଇଂରାଜୀ ଭାଷାରେ ୭୫ ମଧ୍ୟ ଲେଖାଯିବ ।