ଦୁନିଆରେ ବିରଳ ‘ସୁବର୍ଣ୍ଣ ରକ୍ତ’

ମଣିଷଙ୍କ ଭିତରେ ୮ ପ୍ରକାରର ବ୍ଲଡ୍‌ ଗ୍ରୁପ୍‌ ଦେଖିବାକୁ ମିଳେ। ଏହା ଛଡ଼ା ଆଉ ଏକ ବିରଳ ବ୍ଲଡ୍‌ ଗ୍ରୁପ୍‌ ରହିଛି ଯାହାକୁ ଗୋଲ୍‌ଡେନ୍‌ ବ୍ଳଡ୍‌ କୁହାଯାଉଛି।

ସାରା ପୃଥିବୀରେ ଏହି ଗ୍ରୁପ୍‌ର ମାତ୍ର ୪୫ ଜଣ ଲୋକ ଥିବା ସୂଚନା ରହିଛି। ତେବେ ଗୋଲ୍‌ଡେନ୍‌ ବ୍ଲଡ୍‌ ଗ୍ରୁପ୍‌ କହିଲେ ଆର୍‌ଏଚ୍‌ ନିଲ୍‌ ଗ୍ରୁପ୍‌। ଏହା ଏକ ୟୁନିଭର୍‌ସାଲ୍‌ ଡୋନର୍‌ ବ୍ଲଡ୍‌ ଗ୍ରୁପ୍‌ ଅଟେ।

୪୫ ଜଣଙ୍କ ମଧ୍ୟରୁ ୯ ଜଣ ଡୋନର୍‌ ଭାବେ ନିଜ ବ୍ଲଡ୍‌ ଦେଇପାରିବେ। ଏହି ବ୍ଲଡ୍‌ର ଦାମ୍‌ ମଧ୍ୟ ଅଧିକ। ଏହାର ଆର୍‌ଏଚ ନିଲ୍‌ କୁହାଯିବା ପଛର ଅର୍ଥ ଏଥିରେ ଆର୍‌ଏଚ୍‌ ଫ୍ୟାକ୍ଟର ଶୂନ୍ୟ ଥାଏ।

ଆମ ଶରୀରରେ ରକ୍ତ ତିନୋଟି ଉପାୟରେ ପ୍ରସ୍ତୁତ ହୋଇଥାଏ ଯଥା ରେଡ୍‌ ବ୍ଳଡ୍‌ ସେଲ୍‌, ହ୍ବାଇଟ୍‌ ବ୍ଳଡ୍‌ ସେଲ୍‌ ଓ ପ୍ଲାଟିଲେଟସ୍‌। ଗୋଲ୍‌ଡେନ୍‌ ବ୍ଳଡ୍‌ଗ୍ରୁପ୍‌ ଥିବା ଲୋକଙ୍କର ଆର୍‌ଏଚ୍‌ ଫ୍ୟାକ୍ଟର୍‌ ହିଁ ନଥାଏ।

ଏହି ବିରଳ ବ୍ଲଡ୍‌ଗ୍ରୁପ୍‌ ଜେନେଟିକ୍‌ ମ୍ୟୁଟେସନ୍‌ କାରଣରୁ ହୋଇଥାଏ। ୧୯୬୧ରେ ଏହି ବ୍ଲଡ୍‌ଗ୍ରୁପ୍‌ ପ୍ରଥମଥର ପାଇଁ ଦେଖିବାକୁ ମିଳିଥିଲା।