ବିମାନ ଦୁର୍ଘଟଣାରେ ୯ମୃତ

ନୂଆଦିଲ୍ଲୀ: ଏକ ଘରୋଇ ବିମାନ ଜରୁରୀ ଅବତରଣ ବେଳେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏହି ମୃତକଙ୍କ ମଧ୍ୟରୁ ୭ ଯାତ୍ରୀ ସହ ଦୁଇ ଜଣ କ୍ରିୟୁ ମେମ୍ବର ରହିଛନ୍ତି । ଏହି ଦୁର୍ଘଟଣା ଲାସ୍‌ ଆମେରିକାସ ଏୟାରପୋର୍ଟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ ଏହି ଘରୋଇ ବିମାନଟି ଡୋମିନିକାନ୍‌ ରିପବ୍ଲିକର ଲା ଇସାବେଲା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଫ୍ଲୋରିଡା ଅଭିମୁଖେ ଯାତ୍ରା କରୁଥିବାବେଳେ ହଠାତ୍‌ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଯାହାଫଳରେ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ ପାଇଲଟ । ତେବେ ଜରୁରୀ ଅବତରଣ ବେଳେ ଏହି ଦୁର୍ଘଟଣା ଘଟିଥିଲା । ବିମାନ ଉଡ଼ିବାର ୧୫ ମିନିଟ୍‌ ପରେ ଏହି ଦୁର୍ଘଟଣା ହୋଇଥିଲା ।