ଗ୍ୟାସୋଲିନ୍‌ ଟ୍ରକ ବିସ୍ଫୋରଣରେ ୬୦ ମୃତ

ହାଇତି: ଦକ୍ଷିଣ ଆମେରିକୀୟ ଦେଶ ହାଇତିର କେପ ହାଇଟିନ୍‌ ସିଟିରେ ଗ୍ୟାସୋଲିନ୍‌ ବୋଝେଇ ଟ୍ରକ ବିସ୍ଫୋରଣ ଯୋଗୁ ୬୦ଜଣ ମୃତ୍ୟୁବରଣ କରିବା ସହ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଏହି ବିସ୍ଫୋରଣରେ ପ୍ରାୟ ୨୦ଟି ଘର ନିଆଁ ଲାଗି ସମ୍ପୁର୍ଣ୍ଣ ଜଳିଯାଇଛି ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମୃତଦେହ ଏଣେତେଣେ ବିଛାଡି ହୋଇ ପିଡିଥିଲା । ଗ୍ୟାସୋଲିନ ବୋଝେଇ ଡ୍ରାଇଭର ଭାରସାମ୍ୟା ହରାଇ ଏଭଳି ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି । ଏହି ଘଟଣା ପାଇଁ ହାଇତିରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ସେହିପରି ହାଇତି ପ୍ରଧାନମନ୍ତ୍ରୀ ଏରିୟଲ ହେନେରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଗଭୀର ଦୁଃଖପ୍ରକାଶ କରିଛନ୍ତି ।