ବିବାହ ବନ୍ଧନରେ ବାନ୍ଧି ହେଲେ ଅଙ୍କିତା

ମୁମ୍ବାଇ: ବହୁ ଦିନର ଅପେକ୍ଷା ପରେ ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଓ ଭିକି ଜୈନ । ଉଭୟଙ୍କ ବିବାହ ଶେଷ ହେବା ପରେ ଅଙ୍କିତା ତାଙ୍କ ଇନଷ୍ଟାଗ୍ରାମରେ ବିବାହର କିଛି ଫଟୋ ସେୟାର କରିଥିଲେ । ଏହି ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇଥିଲେ । ଅଙ୍କିତାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ତାଙ୍କ ପ୍ରଶଂସକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବିବାହର ଫଟୋସେୟାର କରି ଅଙ୍କିତା କ୍ୟାପସନରେ ଲେଖିଛନ୍ତି ପ୍ରେମ ଧର୍ଯ୍ୟବାନ କିନ୍ତୁ ଆମେ ନୁହେଁ । ଆଶ୍ଚର୍ଯ୍ୟ! ଆମେ ବର୍ତ୍ତମାନ ଅଫିସିଆଲ ଭାବରେ ମିଷ୍ଟର ଏବଂ ମିସେସ୍‌ ଜୈନ । ଏନେଇ ଅଭିନେତ୍ରୀ ସେହି ସମୟର ସମସ୍ତ ମୁହୂର୍ତ୍ତକୁ ତାଙ୍କ ବିବାହର ଫଟୋକୁ ଏକାଠି ସେୟାର କରିଛନ୍ତି । ଯେଉଁଥିରେ ଦୁହେଁ ଦୁହିଁଙ୍କର ହାତ ଧରି ଠିଆ ହୋଇଛନ୍ତି ।