ଓୱେସୀ-ଅଖିଳେଶଙ୍କ ନାଁରେ ମାମଲା ରୁଜୁ

ଜ୍ଞାନବାପୀ ମସଜିଦକୁ ନେଇ ଏହି ନେତାମାନଙ୍କର ବୟାନ ଉପରେ ଅସନ୍ତୋଷ…

ନୂଆଦିଲ୍ଲୀ: ଅସଦୁଦ୍ଦିନ ଓୱେସୀ ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ନାଁରେ ଧାର୍ମିକ ଭାବନାକୁ ଆହତ ପହଞ୍ଚାଇଥିବା ଅଭିଯୋଗରେ ଥାନାରେ ମାମଲା ରୁଜୁ ହୋଇଛି । ଏନେଇ ଓକିଲ ହରିଶଙ୍କର ପାଣ୍ଡେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଉଭୟ ନେତା କାଶୀ ବିଶ୍ୱନାଥ ମନ୍ଦିର ଓ ଜ୍ଞାନବାପୀ ମସଜିଦକୁ ନେଇ ଲୋକଙ୍କ ଧର୍ମୀୟ ଭାବନାକୁ ଆହତ ପହଞ୍ଚାଉଛନ୍ତି । ଏଣୁ କୋର୍ଟ ଏହା ଉପରେ ଗୁରୁତ୍ୱାରୋପ କରିବା ଉଚିତ ବୋଲି ପାଣ୍ଡେ କହିଛନ୍ତି ।

ସୂଚନା ଥାଉକି ଯେ, ଜ୍ଞାନବାପୀ ମସଜିଦକୁ ନେଇ ଏହି ନେତାମାନଙ୍କର ବୟାନ ଉପରେ ଅସନ୍ତୋଷ ପ୍ରକାଶ କରିଥିଲା ବଜରଙ୍ଗ ଦଳର କର୍ମୀ । ଏଥିପାଇଁ ଗତ ସପ୍ତାହରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାନପୁରରେ ଅଖିଳେଶ ଯାଦବ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଏବଂ ଅସଦୁଦ୍ଦିନ ଓୱେସୀଙ୍କୁ କୁଶପୁତ୍ତଳିକା ଦାହ କରିଥିଲେ କର୍ମୀ ।