ଶିକ୍ଷକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀ ହାରିଲେ ଜୀବନ

ନୂଆଦିଲ୍ଲୀ:ରାଜସ୍ଥାନର ଜାଲୋର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ସରକାରୀ ଶିକ୍ଷକଙ୍କ ଦ୍ବାରା ଛାତ୍ରୀ ଦୁଷ୍କର୍ମର ଶିକାର ହେବାପରେ ଜୀବନ ହାରି ଦେଇଛନ୍ତି। ମୃତକଙ୍କ ବୟସ ୧୬ବର୍ଷ ହେବ ର ଜଣାପଡ଼ିଛି। ଜୀବନ ହାରିବା ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରୁ ପହଞ୍ଚି ନାବାଳିକାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ମୃତକଙ୍କ ପରିବାରଲୋକ ଅଭିଯୋଗ କରି କହିଛନ୍ତି କି, ଝିଅ ଦୁଷ୍କର୍ମର ଶିକାର ହେବାପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲା। ସେ କାହାରି ସହିତ ବେଶୀ କଥା ବି ହେଉ ନଥିଲା। ଖିଆପିଆ ବି ଛାଡ଼ି ଦେଇଥିଲା। ଶେଷର ଆମେ ସମସ୍ତେ ଘର କାମରେ ବ୍ୟସ୍ତ ଥିବା ବେଳେ ସେ ଲୋକଲଜ୍ଜା ଭୟରେ ରଶି ଲଗାଇ ଜୀବନ ହାରି ଦେଇଥିଲା।