ଆର୍ଥିକ ବର୍ଷ 2022-23 ସମୟରେ, ସେପ୍ଟେମ୍ବର 2022 ସୁଦ୍ଧା ଭାରତୀୟ ରେଳ ଆର୍ଥିକ ବର୍ଷ 2021-22 ର ଏହି ଅବଧି ସମୟରେ ହାସଲ କରିଥିବା 562 ରୁଟ୍ କିଲୋମିଟର (ଆରକେଏମ୍) ତୁଳନାରେ 851 ରୁଟ୍ କିଲୋମିଟର (ଆରକେଏମ୍) ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ କରିଛନ୍ତି। ଏହା ଗତ ବର୍ଷର ଏହି ଅବଧିର ସଂଖ୍ୟା ଠାରୁ 51.4% ଅଧିକ ଅଟେ। ଏହି ଆର୍ଥିକ ବର୍ଷ ସମୟରେ ବିଦ୍ୟୁତିକରଣର ଲକ୍ଷ୍ୟ 6500 ଆରକେଏମ୍ ଅଟେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ଷ 2021-22 ସମୟରେ ଭାରତୀୟ ରେଳ ଇତିହାସରେ 6366 ଆରକେଏମ୍ ର ରେକର୍ଡ ବିଦ୍ୟୁତିକରଣ ହାସଲ କରିଥିଲା। ଏହା ପୂର୍ବରୁ 2020-21 ସମୟରେ ସର୍ବାଧିକ ବିଦ୍ୟୁତିକରଣ 6015 ଆରକେଏମ୍ ଥିଲା।
30.09.2022 ସୁଦ୍ଧା, ଭାରତୀୟ ରେଳର ବିଜି ନେଟୱର୍କର 65141 ଆରକେଏମ୍ (କେଆରସିଏଲ୍ ସହିତ) ରେ 53,098 ବିଜି ଆରକେଏମ୍ ର ବିଦ୍ୟୁତିକରଣ କରାଯାଇ ସାରିଛି ଯାହା ସମୁଦାୟ ବିଜି ନେଟୱର୍କ ର 81.51% ଅଟେ।