ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି ଆଦିତ୍ୟ

ମୁମ୍ବାଇ: ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି ଆଦିତ୍ୟ ବଲିଉଡ ସିଙ୍ଗର ଆଦିତ୍ୟ ନାରାୟଣ । ୨୦୨୦ରେ ବିବାହ କରିଥିବା ଆଦିତ୍ୟ-ଶ୍ୱେତା ଏବେ ପ୍ୟାରେଣ୍ଟ କ୍ଲବରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛନ୍ତି । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ସେହିପରି ଶ୍ୱେତାଙ୍କ ବେବି ବମ୍ପ ସ୍ପଷ୍ଟ ବାରି ହୋଇ ପଡୁଛି । ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଏହାର କ୍ୟାପସନରେ ସେ ଲେଖିଛନ୍ତି ଯେ, ଶ୍ୱେତା ଓ ମୁଁ ଖୁବଶୀଘ୍ର ଆମ ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛି । ଏଥିପାଇଁ ମୁଁ ଖୁବ ଏକ୍ସସାଇଟେଡ୍‌ ଥିବା ବେଳେ ଖୁସିରେ ମୋ ପାଦ ତଳେ ଲାଗୁନି ବୋଲି କହିଛନ୍ତି ଆଦିତ୍ୟ । ଆଦିତ୍ୟ-ଶ୍ୱେତା ପ୍ରାୟ ୧୧ ବର୍ଷ ପର୍ଯ୍ୟନ୍ତ ରିଲେସନସିପରେ ରହିବା ପରେ ୨୦୨୦ ମସିହାରେ ପରସ୍ପରର ଜୀବନସାଥୀ ପାଲଟିଥିଲେ ।