ପାର୍ଟି ଉପରେ ଆଖିବୁଜା ଗୁଳିଚାନାରେ ୪ ମୃତ

ଇଙ୍ଗିଲଉଡ : ଲସ ଆଞ୍ଜଲେସରେ ଆୟୋଜିତ ଏକ ଘରୋଇ ପାର୍ଟିରେ ଏକାଧିକ ବନ୍ଧୁକଧାରୀ ଗୁଳି ଚଳାଇବାରୁ ୪ଜଣଙ୍କ ମୃତ୍ୟୁ ହେବା ସହ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ସେଠାକାର ମେୟର ଜେମସ୍‌ ବଟସ କହିଛନ୍ତି ଯେ, ଇଙ୍ଗିଲଉଡ ସହରର ଏକ ଘରେ ଘଟିଥିବା ଗୁଳିକାଣ୍ଡ ବିଷୟରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେହିପରି ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତଦନ୍ତ ଚଳାଇଛି ।