ପୃଥିବୀ କକ୍ଷରେ ପହଂଚିଲା ଆଦିତ୍ୟ ଏଲ୧

ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହିତ ଅବତରଣ କରିବାର ଦଶମ ଦିନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୂର୍ଯ୍ୟ ଉଦ୍ଦେଶ୍ୟରେ ଆଦିତ୍ୟ ଏଲ୧ ପଠାଇଛି । ଶନିବାର ସକାଳ ୧୧ଟା ୫୦ ମିନିଟରେ ପିଏସଏଲଭି-ସି୫୭ର ଏକ୍ସଏଲ ଭର୍ସନ ରକେଟ୍‌ ବଳରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଆଦିତ୍ୟ ଏଲ୧କୁ ପଠାଯାଇଛି ।

ମାତ୍ର ୬୩ ମିନିଟ୍‌ ୧୯ ସେକେଣ୍ଡ ଭିତରେ ଆଦିତ୍ୟକୁ ପୃଥିବୀ କକ୍ଷରେ ପହଂଚାଇ ଦେଇଛି ରକେଟ୍‌ । ପ୍ରାୟ ଚାରିମାସ ଭିତରେ ଆଦିତ୍ୟ ୧୫ ଲକ୍ଷ କିଲୋମିଟର ଅତିକ୍ରମ କରି ଲଙ୍ଗରେଂଜ ପଏଂଟ-୧ରେ ପହଂଚିବ । ସେ ସ୍ଥାନରେ ଗ୍ରହଣର ପ୍ରଭାବ ପଡ଼ିବନି । ଫଳରେ ସୂର୍ଯ୍ୟ ସଂପର୍କରେ ବହୁତ ତଥ୍ୟ ସଂଗ୍ରହ କରାଯାଇପାରିବ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି ।