ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ

ସୁପର-୮ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ । ଅଷ୍ଟ୍ରେଲିଆକୁ ମାତ୍ର ୨୧ ରନରେ ହରାଇଲା ଆଫଗାନିସ୍ତାନ । ୧୪୯ ରନକୁ ଟାର୍ଗେଟ୍ ପିଛା କରି ୧୨୭ ରନରେ ଅଲଆଉଟ୍ ହେଲା କଙ୍ଗାରୁ ଟିମ୍ । ଏଥିସହ ଚଳିତ ବିଶ୍ୱକପରେ ଏଭଳି ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଆଉ ଏଥିସହ ଦିନିକିଆ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେଇଛି ଆଫଗାନିସ୍ତାନ । ଆଫଗାନିସ୍ତାନର ଟୀମ ଆଇସିସି ଟି-୨୦ ବିଶ୍ୱକପରେ ଚତ୍ମକାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଟୀମକୁ ହାରିବାକୁ ବାଧ୍ୟ କରିଛି ।