ପାକିସ୍ତାନୀଙ୍କ ମୁହଁରୁ ‘ଇଣ୍ଡିଆ ଜିନ୍ଦାବାଦ’ ଶୁଣି ଭାରତ ଗଦ୍‌ ଗଦ୍‌

ନୂଆଦିଲ୍ଲୀ: ଭାରତୀୟ ନୌସେନାର ସ୍ୱତନ୍ତ୍ର ବାହିନୀ ବଳରେ ନବଜୀବନ ପାଇଥିବା ୨୩ ଜଣ ପାକ୍‌ ନାଗରିକ ‘ଇଣ୍ଡିଆ ଜିନ୍ଦାବାଦ’ କହିଛନ୍ତି । ଭାରତୀୟ ନୌସେନା ସେମାନଙ୍କୁ ଅସ୍ତ୍ରଶସ୍ତ୍ର ସଜ୍ଜିତ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କରିଛି । ପ୍ରାପ୍ତ ସୂଚନାରୁ ଜଣାପଡେ଼, ପାକ୍‌ ନାଗରିକମାନେ ମାଛ ଧରିବା ପାଇଁ ଆରବ ସାଗର ଭିତରକୁ ଚାଲି ଯାଇଥିଲେ । ମାତ୍ର ସେମାନଙ୍କୁ କାବୁ କରି ନେଇଥିଲେ କିଛି ଜଳଦସ୍ୟୁ । ଜଳଦସ୍ୟୁଙ୍କ ହାତରେ ଜୀବନ ହରାଇବା ପୂର୍ବରୁ ଭାରତୀୟ ନୌସେନାର ତଟରକ୍ଷୀ ବାହିନୀ ସେଠାରେ ପହଂଚି ଯାଇଥିଲା ।

ପାକ୍‌ ମାଛଧରାଳିଙ୍କ ଡଙ୍ଗାକୁ ସଂପୂର୍ଣ୍ଣ ସଫା କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଆତିଥେୟତା ପ୍ରଦାନ କରିଛି ।

ଏବେ ପ୍ରଶ୍ନ ହେଉଛି, ‘ଇଣ୍ଡିଆ ଜିନ୍ଦାବାଦ’ କହିଥିବା ନାଗରିକଙ୍କ ପ୍ରତି ପାକିସ୍ତାନ ସରକାର କୋଉ ପ୍ରକାର ଆଭିମୁଖ୍ୟ ପୋଷଣ କରିବ ।