ସନ୍ନି ରିଲ ଦୁନିଆର ନାୟକ, ରିୟଲ ଦୁନିଆରେ ନୁହନ୍ତି

ନୂଆଦିଲ୍ଲୀ: ଭାରତର ରାଜନୀତିରେ ଅଭିନେତା ସନ୍ନି ଦେଓଲଙ୍କର କିଛି କାମ ନାହିଁ ବୋଲି ବିଜେପି ଅନୁଭବ କରିପାରିଛି । ତେଣୁ କରି ଆଗାମୀ ଲୋକସଭା ନିର୍ବାଚନର ତାଙ୍କୁ ବାଦ୍‌ ଦେଇଛି । ସନ୍ନି ଦେଓଲ ଗୁରଦାସପୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ; ମାତ୍ର ଲୋକସଭାରେ ଗୁରଦାସପୁରକୁ ଦେଖିବାକୁ ମିଳି ନଥିଲା ।

ଅବଶ୍ୟ ପଞ୍ଜାବର ୧୩ଟି ଲୋକସଭା ଆସନ ଭିତରୁ ୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ଅବଶିଷ୍ଟ ୭ଟି ଆସନ ଭିତରୁ ସନ୍ନିଙ୍କ ଭାଗ୍ୟରେ ଗୋଟିଏ ପଡ଼ିବା ଅସମ୍ଭବ ନୁହେଁ । ତେବେ ଆପଣମାନେ ଏତିକି ଜାଣନ୍ତୁ ଯେ ଏଥର ତାଙ୍କୁ ଗୁରଦାସପୁର ଆସନରେ ଦେଖିବାକୁ ମିଳିବନି ।

ଅନ୍ୟ ପକ୍ଷରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ପତ୍ନ୍‌ୀ ପ୍ରୀନୀତ କୌରଙ୍କୁ ବିଜେପି ପଟିଆଲାରୁ ଲୋକସଭାକୁ ପଠାଇବାକୁ ନିଷ୍ପତି ନେଇଛି ।