କୋରାନା ପରେ ଏବେ ଚିନ୍ତା ବଢାଉଛି ଟମାଟୋ ଫ୍ଲୁ ନୂଆଦିଲ୍ଲୀ

ଦେଶରେ କରୋନା ସଂକ୍ରମଣ ପରେ ଏବେ ଚିନ୍ତା ବଢାଉଛି ଟମାଟୋ ଫ୍ଲୁ….

ଦେଶରେ କରୋନା ସଂକ୍ରମଣ ପରେ ଏବେ ଚିନ୍ତା ବଢାଉଛି ଟମାଟୋ ଫ୍ଲୁ । ଏହି ରୋଗରେ ଛୋଟ ପିଲାଙ୍କ ଦେହରେ ନାଲି ହୋଇ ଟମାଟୋ ପରି ଫୁଲି ଯାଉଛି । ଫଳରେ ଏହାକୁ ଟମାଟୋ ଫ୍ଲୁ ଭାବେ କୁହାଯାଉଛି । ଅନ୍ୟପକ୍ଷରେ ଏହି ରୋଗ ସହ ଟମାଟୋର କୌଣସି ସମ୍ପର୍କ ନାହିଁ । ସେହିପରି ସାରା ଦେଶରେ ବର୍ତ୍ତମାନ ଏହି ରୋଗକୁ ନେଇ ଆଲର୍ଟ ଜାରି କରାଯାଇଛି । କାରଣ ଏହି ରୋଗରେ ପିଲାମାନଙ୍କ ଦେହରେ ନାଲି ରଙ୍ଗରେ ଫଳି ଯାଉଛି । ଚର୍ମ କୁଣ୍ଡାଇ ହେବା ସହ ପିଲାମାନେ ପତଳା ଝାଡାରେ ଆକ୍ରାନ୍ତ ହେଉଛନ୍ତି । ଏହି ରୋଗ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ଆକ୍ରାନ୍ତ କରୁଛି । ସେହିପରି ଟମାଟୋ ଫ୍ଲୁ ଯୋଗୁଁ କିଛି କିଛି ପିଲାଙ୍କୁ ଜ୍ୱର ହେବା ଆଣ୍ଠୁ ଗଣ୍ଠି ଫୁଲିଯାଉଥିବା କୁହାଯାଇଛି । ଏହାର ଲକ୍ଷଣ ଚିକୁନଗୁନିଆ ସହ ମିଶୁଥିବା ମଧ୍ୟ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ସୂଚନାଯୋଗ୍ୟ ଯେ, କେରଳ ଓ ତାମିଲନାଡୁରେ ଟମାଟୋ ପ୍ରଥମ ଫ୍ଲୁ ଚିହ୍ନଟ ହୋଇଛି । କେରଳର କୋଲାମ୍‌ ଜିଲ୍ଲାରେ ୮୦ରୁ ଊର୍ଦ୍ଧ୍ୱ ‘ଟମାଟୋ ଫ୍ଲୁ’ ମାମଲା ଚିହ୍ନଟ ହୋଇଛି ।