ବସରେ ନିଆଁ ଲାଗି ଦୁଇ ମୃତ

ପୁଣି ଜାମ୍ମୁ-କାଶ୍ମୀରରେ ଏକ ତୀର୍ଥ ଯାତ୍ରୀବାହୀ ବସରେ ନିଆଁ ଲାଗି ଦୁଇ ଜଣଙ୍କର ମୃତ୍ୟୁ…

ଶ୍ରୀନଗର: ପୁଣି ଜାମ୍ମୁ-କାଶ୍ମୀରରେ ଏକ ତୀର୍ଥ ଯାତ୍ରୀବାହୀ ବସରେ ନିଆଁ ଲାଗି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳ ୨୨ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ବସ୍‌ରେ କିଏ ନିଆଁ ଲଗାଇଲା ଓ କେମିତି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପ୍ରାରମ୍ଭିକ ସୂଚନା ଅନୁସାରେ ତୀର୍ଥଯାତ୍ରୀବାହୀ ବସଟି କତ୍ରାରୁ ଜାମ୍ମୁ ଅଭିମୁଖେ ଯାଉଥିବା ବେଳେ ଖରମାଲ ପାଖରେ ନିଆଁ ଲାଗିଥିଲା । ସେହିପରି ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରଥମେ ବସ୍‌ର ଇଞ୍ଜିନ ନିଆଁ ଲାଗିବା ପରେ ଏହା ପୂରା ବସକୁ ଲାଗିଯାଇଥିଲା । ବସ୍‌ଟି ହଠାତ ଜଳିବା ଯୋଗୁ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଥିଲେ । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।