ସିଦ୍ଧୁଙ୍କ ହତ୍ୟା ପରେ ମୀକାଙ୍କ ସୁରକ୍ଷା ବଢିଲା
ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଯୋଧପୁରରେ ଏକ ସିରିୟଲର ସୁଟିଂ କରୁଥିବା ସିଙ୍ଗର ମୀକା ସିଂହଙ୍କ
ଯୋଧପୁର : ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଯୋଧପୁରରେ ଏକ ସିରିୟଲର ସୁଟିଂ କରୁଥିବା ସିଙ୍ଗର ମୀକା ସିଂହଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯାଇଛି । ମୀକା ଏଠାରେ ଏକ ହୋଟେଲରେ ସିରିୟଲର ସୁଟିଂ କରୁଛନ୍ତି । ତାଙ୍କର ଜୀବନକୁ ମଧ୍ୟ ବିପଦ ହେବାର ଆଶଙ୍କା ପାଇଁ ପୋଲିସ୍?ର ହଥିୟାର ସହ ଜବାନଙ୍କୁ ହୋଟେଲ ବାହାରେ ଛାଉଣୀ କରାଯାଇଛି । ପୋଲିସ ହୋଟେଲର ନିଗରାଣୀ ପାଇଁ ଡ୍ରୋନର ମଧ୍ୟ ବ୍ୟବହାର କରୁଛନ୍ତି । ସିରିୟଲର ସୁଟିଂ ଆଗାମୀ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ଜାରି ରହିବ ।