ଶସ୍ତା ହୋଇପାରେ ବିମାନ ଯାତ୍ରା!

ନୂଆଦିଲ୍ଲୀ : ଖୁବଶୀଘ୍ର ଶସ୍ତା ହୋଇପାରେ ବିମାନ ଯାତ୍ରା । ଦେଶରେ ଆସନ୍ତା ୨୭ରୁ ଅନ୍ତର୍ଜାତିକ ବିମାନ ଉଡାଣ ସ୍ୱାଭାବିକ ହେବ । ଫଳରେ ବିମାନ ଉଡାଣ ସଂଖ୍ୟା ବୃଦ୍ଧି ପାଇବା ସହ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ଏହା ଭିତରେ ବିମାନ ଟିକେଟ୍‌ ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ, କୋଭିଡ ମହାମାରୀ ପରଠୁ ଆନ୍ତର୍ଜାତିକ ଉଡାଣ ବନ୍ଦ ରହିଛି । କେବଳ ଏୟାର ବବଲ୍‌ ବୁଝାମଣା ଅଧୀନରେ ଅଳ୍ପ ସଂଖ୍ୟକ ବିମାନ ଉଡାଣକୁ ଅନୁମତି ଦିଆଯାଇଛି । ଏବେ ଦେଶରେ କୋରୋନା ସ୍ଥିତିରେ ସୁଧାର ଆସିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୭ରୁ ଅନ୍ତର୍ଜାତିକ ଉଡାଣ ସ୍ୱାଭାବିକ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ଆସନ୍ତା କିଛି ମାସ ମଧ୍ୟରେ ବିମାନ ଉଡାଣ ସଂଖ୍ୟା ବଢାଇବାକୁ ଯୋଜନା ରଖିଛନ୍ତି ।