ଆଇପିଏଲ ପୂର୍ବରୁ ବିସିସିଆଇର ନିୟମ ପରିବର୍ତ୍ତନ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ କ୍ରିକେଟ ଆଇପିଏଲ-୨୦୨୨ । ଏହି ଆଇପିଏଲ ପୂର୍ବରୁ ବିସିସିଆଇ କିଛି ନିୟମରେ ପରିବର୍ତ୍ତନ କରିଥିବା ସୂଚନା ମିଳିଛି । ଏବେ ପ୍ରତି ଇଂନିସରେ ଦଳଗୁଡିକୁ ଗୋଟିଏ ବଦଳରେ ଦୁଇଟି ଡିଆରଏସ ମିଳିବ । ସେହିପରି ଏମସିସି ପରିବର୍ତ୍ତନ କରିଥିବା କ୍ୟାଚ ନିୟମକୁ ମଧ୍ୟ ବିସିସିଆଇ ନୂଆ ଆଇପିଏଲ ନିୟମରେ ସାମିଲ କରିଛି । ସୂଚନାଯୋଗ୍ୟ ଯେ, ଏମସିସି ନିୟମ ଅନୁଯାୟୀ ଯଦି କୌଣସି ବ୍ୟାଟ୍ସମ୍ୟାନ କ୍ୟାଚ ଆଉଟ ହୁଅନ୍ତି ତେବେ ଷ୍ଟ୍ରାଇକ୍‌ ବଦଳିବ ନାହିଁ ଓ ନୂଆ ବ୍ୟାଟ୍ସମ୍ୟାନ ହିଁ ଷ୍ଟ୍ରାଇକରେ ରହିବେ । ସେହିପରି ଯଦି କ୍ୟାଚ ଓଭରର ଶେଷ ବଲରେ ହୁଏ ତେବେ ଷ୍ଟ୍ରାଇକ ବଦଳିବ । ଅନ୍ୟପକ୍ଷରେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିଛନ୍ତି ଯେ, ଯଦି କୋଭିଡ କାରଣରୁ ମ୍ୟାଚ ପାଇଁ କୌଣସି ଦଳ ୧୧ ଜଣ ଖେଳାଳି ପ୍ରସ୍ତୁତ କରି ନପାରନ୍ତି ତେବେ ବିସିସିଆଇ ଆଇପିଏଲ ଚାଲିଥିବା ସମୟରେ ମ୍ୟାଚକୁ ପୁନର୍ବାର ଆୟୋଜନ କରିବାକୁ ଚେଷ୍ଟା କରିବ ।