ମାର୍ଚ୍ଚରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା

ନୂଆଦିଲ୍ଲୀ : ମାର୍ଚ୍ଚ ଠାରୁ ଦକ୍ଷିଣ କୋରିଆ ଏୟାରଲାଇନ୍ସ ଅନ୍ତର୍ଜାତୀୟ ପଥରେ ଇନ୍ଧନ ସରଚାର୍ଜ ବଢ଼ାଇବାକୁ ପ୍ରସ୍ତୁତ ଅଛି। କାରଣ ଜେଟ୍ ଇନ୍ଧନର ଦର ଦ୍ରୁତ ଗତିରେ ବଢ଼ିଥିବାରୁ କଂପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଗଣମାଧ୍ୟମର ରିପୋର୍ଟରୁ ଏହା ଜଣାପଡ଼ିଛି।

ବିଶ୍ୱସ୍ତ ସୂତରୁ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଆସନ୍ତା ମାର୍ଚ୍ଚ ମାସଠାରୁ ବିମାନ ଯାତ୍ରା ମହଙ୍ଗା ହୋଇପାରେ। ମିଡିଆ ରିପୋର୍ଟ ଅନୁସାରେ ଆସନ୍ତା ମାର୍ଚ୍ଚ ମାସ ୧ ତାରିଖ ଠାରୁ ଅନ୍ତର୍ଜାତୀୟ ପଥରେ ୱାନ ୱେ ଟିକେଟ ପାଇଁ ସରଚାର୍ଜ ୧୮୦୦୦ ହଜାର ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ୩୮ ହଜାର ୨୦୦ ଟଙ୍କା ଯାଏଁ ହୋଇପାରେ। ୨୦୨୧ ଏପ୍ରିଲରେ ଜେଟ ଇନ୍ଧନ ଦର ବୃଦ୍ଧି ଯୋଗୁଁ ଏହି ବିମାନ ଭଡା ବଢ଼ିପାରେ। କୋଭିଡ-୧୯ କାରଣରୁ ତେଲର କମ ଦର ଯୋଗୁଁ ୨୦୨୦ ଏପ୍ରିଲରୁ ଅନ୍ତର୍ଜାତୀୟ ପଥରେ ଇନ୍ଧନ ସରଚାର୍ଜ ଶୂନ୍ୟରେ ଥିଲା।