ଆଜିଠୁ ୪ ଦିନ ଧରି ବନ୍ଦ ରହିବ ସମସ୍ତ ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶରେ ଥିବା ସମସ୍ତ ବ୍ୟାଙ୍କ ଆସନ୍ତା ୪ ଦିନ ପାଇଁ ବନ୍ଦ ରହିବ। ଶନିବାରଠାରୁ ଆସନ୍ତା ମଙ୍ଗଳବାର ଯାଏ ବ୍ୟାଙ୍କର ବ୍ରାଞ୍ଚ ଗୁଡ଼ିକରେ କୌଣସି ଆର୍ଥିକ କାରବାର ହେବନାହିଁ। କେବଳ ମୋବାଇଲ ଓ ଇଣ୍ଟରନେଟ୍‌ ବ୍ୟାଙ୍କିଂ ସେବା ଚାଲୁରହିବ।

କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକର ଘରୋଇ କରଣ କରୁଥିବାରୁ ସମଗ୍ର ଦେଶର ବ୍ୟାଙ୍କ କର୍ମଚାରୀ ସଂଘ ଏହାକୁ ବିରୋଧ କରୁଛି। ଏଥିପାଇଁ ବ୍ୟାଙ୍କ କର୍ମଚାରୀ ସଂଘ ଦୁଇ ଦିନିଆ ଷ୍ଟ୍ରାଇକ୍‌ର ଡାକରା ଦେଇଛି। ଆସନ୍ତା ୧୫ ତାରିଖ(ସୋମବାର) ଓ ୧୬ ତାରିଖ(ମଙ୍ଗଳବାର) ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏଥିପାଇଁ ବ୍ୟାଙ୍କ ସେବା ୨ଦିନ ବନ୍ଦ ରହିବ। ଶନିବାର (ମାର୍ଚ୍ଚ ୧୩) ମାସର ଦ୍ୱିତୀୟ ଶନିବାର ଓ ୧୪ ତାରିଖ ରବିବାର ହୋଇଥିବାରୁ ବ୍ୟାଙ୍କ ଗୁଡ଼ିକ ସାଧାରଣତଃ ବନ୍ଦ ରହିଥାଏ।