ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀଙ୍କୁ କରୋନା ପଜିଟିଭ୍

ମୁମ୍ବଇ,(ଏସ୍ ନ୍ୟୁଜ): କିଛି ଦିନ ପରେ ଦେଶରେ କରୋନା ମହାମାରୀ ପୁଣିଥରେ ତାର କାୟା ବିସ୍ତାରେ କରିଚାଲିଛି। କରୋନା ପୁଣିଥରେ ବ୍ୟାପିବା ଆରମ୍ଭ କରୁଥିବା ବେଳେ ବଲିଉଡ୍‌ ଅଭିନେତା ଓ ଫିଲ୍ମ ନିର୍ମାତା କରୋନାର ଶିକାର ହେଉଛନ୍ତି। ଗତ ମଙ୍ଗଳବାର ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ଭନସାଲି କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

କରୋନା ପଜିଟିଭ୍‌ ଜଣାପଡିବା ପରେ ମନୋଜ ନିଜ ଘରେ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି। ମନୋଜ ବାଜପେୟୀଙ୍କ ଆଗାମୀ ଚଳଚିତ୍ର ସୁଟିଂ ଚାଲିଥିବା ବେଳେ ନିର୍ଦେଶକ କରୋନା ସଂକ୍ରମିତ ହୋଇଥିଲେ ଏହାପରେ ମନୋଜ ନିଜର କରୋନା ଟେଷ୍ଟ କରିଥିଲେ ଏବଂ ଟେଷ୍ଟରେ ସେ କରୋନା ସକ୍ରମିତ ଥିବା ଜଣାପଡିଥିଲା। ମନୋଜ କରୋନା ସଂକ୍ରମିତ ହେବା ପରେ ଚଳଚିତ୍ରର ସୁଟିଂ ବନ୍ଦ କରିଦିଆଯାଇଛି।