୨୮ରୁ ଖୋଲିବ ସ୍କୁଲ

କରୋନା ମହାମାରୀ ଯୋଗୁଁ ବନ୍ଦ ହୋଇଥିବା ସ୍କୁଲଗୁଡିକ ପୁଣି ଥରେ ଖୋଲିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏନେଇ ୨୮ ସେପ୍ଟେମ୍ବରରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ବିହାର ସରକାର । ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ, ୯ମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲା ସପ୍ତାହରେ ମାତ୍ର ୨ ଦିନ ସ୍କୁଲ ଯାଇପାରିବେ । ଏହି ସମୟରେ ୫୦% ଶିକ୍ଷକ ଓ ଅଣ ଶିକ୍ଷକ ମଧ୍ୟ ବିଦ୍ୟାଳୟକୁ ଆସିବେ । ସରକାରଙ୍କ ଏହି ଆଦେଶ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଲାଗୁ କରାଯାଇଛି ।

ଏହି ନିଷ୍ପତ୍ତିି ଅନୁସାରେ, ୩୦% ଛାତ୍ରଛାତ୍ରୀ ପ୍ରତିଦିନ ସ୍କୁଲ ଆସିବେ । ବିହାର ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏସଓପିର ପାଳନ କରି ସ୍କୁଲ ଖୋଲିବାକୁ ଅନୁମତି ମିଳିବ । ଏହା ସହ ବିଦ୍ୟାଳୟରେ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର ପାଇଁ ଗାଇଡଲାଇନ୍ ଜାରି ହୋଇଛି ।