ପାଟନା: କଂଗ୍ରେସ ନେତୃତ୍ୱ ପାଇଁ ରାଜିହେଲେ ସବୁ ବିରୋଧୀ ଦଳ ମିଶି ବିଜେପି ମେଂଟକୁ ମାତ୍ର ୧୦୦ଟି ଆସନରେ ରଖି ଦେଇପାରିବୁ ବୋଲି ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି । ଶନିବାର ବିହାରର ପୁର୍ନିଆଠାରେ ଆୟୋଜିତ ମହାଗଠବନ୍ଧନ ଶୋଭାଯାତ୍ରାରେ ଉଦ୍ବୋଧନ ଦେବା ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ଏବେ ବିଜେପି ପାଇଁ ବିପର୍ଯ୍ୟୟ ବେଳା ଆରମ୍ଭ ହୋଇଛି । ସବୁ ଦଳ ଏକାଠି ହୋଇ ବିଜେପି ମେଂଟକୁ ସାବାଡ୍ କରିପାରିବେ । ଅହଂକାରୀ ବିଜେପିକୁ ମାତ୍ର ୧୦୦ଟି ଆସନରେ ସୀମିତ କରି ଦିଆଯିବ ।
କଂଗ୍ରେସ ଚୂଡ଼ାନ୍ତ ନିଷ୍ପତି ନେବାକୁ ଡେରି କରୁଛି । ସବୁ ବିରୋଧୀ ଦଳ କଂଗ୍ରେସ ଆଡ଼କୁ ଚାତକ ପରି ଅନାଇଛନ୍ତି । ସୋନିଆ-ରାହୁଲଙ୍କ ନିଷ୍ପତି ଉପରେ ବିଜେପିର ରାଜନୈତିକ ଭାଗ୍ୟ ନିର୍ଭର କରୁଛି । ସବୁ ବିରୋଧ ଦଳ ଏକଜୁଟ ହୋଇ ବିଜେପି ବିରୋଧରେ ଯୁଦ୍ଧ ଦେହି’ ଡାକରା ଦେବା ଉଚିତ । ତା’ ନହେଲେ ମୋଦୀଙ୍କୁ ଚେକ୍ କରିବାକୁ ଅନ୍ୟ କୌଣସି ଦଳର ସାହସ ନାହିଁ ।