‘ନରେନ୍ଦ୍ର ମୋଦୀଙ୍କର ବିଦାୟ ନେବାର ସମୟ ଆସିଲାଣି’

ବିଜେପି ଦଳ ନୁହଁ ସଂଘ ପରିବାର ମୁଖା: ଲାଲୁ

ପାଟନା: ମହାଗଠବନ୍ଧନର ମହା ଶୋଭାଯାତ୍ରାରେ ଯୋଗଦାନ କରି ରାଷ୍ଟ୍ରୀୟ ଜନତା ଦଳ ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବ ବିଜେପିକୁ ଦଳ ବୋଲି ମାନିବାକୁ ଅରାଜି ହୋଇଛନ୍ତି । ସେ କହିଛନ୍ତି, ବିଜେପି ବୋଲି କୌଣସି ରାଜନୈତିକ ଦଳ ନାହିଁ । ଆପଣମାନେ ଯୋଉ ବିଜେପି କଥା କହୁଛନ୍ତି; ତାହା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖା ।

ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ନିର୍ଦ୍ଦେଶକୁ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଉଭୟ ବିଜେପି ଓ ଆରଏସ୍‌ଏସ୍‌ ସଂରକ୍ଷଣ ବିରୋଧୀ । ସବୁ ବିରୋଧୀ ଦଳ ଏକଜୁଟ ରହିବା ପର୍ଯ୍ୟନ୍ତ ଦେଶର ପଛୁଆ, ସଂଖ୍ୟାଲଘୁୂ, ଦଳିତ ଓ ଜନଜାତି ପରିବାରଙ୍କ ସ୍ୱାର୍ଥ ବଜାୟ ରହିବ । ସିଙ୍ଗାପୁରରେ କିଡ୍‌ନୀ ପ୍ରତ୍ୟାରୋପଣ କରି ଭାରତକୁ ଫେରିବା ପରେ ଲାଲୁ ଯାଦବ ଦିଲ୍ଲୀରେ ଅବସ୍ଥାନ କରୁଛନ୍ତି । ଲାଲୁ ପୁଣି କହିଛନ୍ତି, ନୀତୀଶ ଆଉ ମୁଁ ପୁଣି ଏକାଠି ହୋଇଛୁ । ଆଗକୁ ଆମର ବନ୍ଧୁତା ସବୁଦିନ ପାଇଁ ରହିବ । ନରେନ୍ଦ୍ର ମୋଦୀଙ୍କର ବିଦାୟ ନେବାର ସମୟ ଆସିଲାଣି ।