ମୁମ୍ବାଇ: ଖୁବଶୀଘ୍ର ଅଙ୍କିତା ଲୋଖଣ୍ଡେ ତାଙ୍କ ପ୍ରେମିକ ବିକି ଜୈନଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଉଭୟେ ବିବାହ ପ୍ରସ୍ତୁତିକୁ ନେଇ ବ୍ୟସ୍ତ ଅଛନ୍ତି । ବିବାହ ପ୍ରସ୍ତୁତି ମଧ୍ୟରେ ଅଙ୍କିତାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଅଭିନେତ୍ରୀ ଅଙ୍କିତାଙ୍କୁ ହଠାତ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଗୋଡ ମୋଡି ହୋଇଯିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ତାଙ୍କୁ ହସ୍ପିଟାଲରେରୁ ଚିକିତ୍ସା ପରେ ଡିସଚାର୍ଜ କରିଦିଆଯାଇଛି । ଏନେଇ ତାଙ୍କୁ ରେଷ୍ଟ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏନେଇ ଅଭିନେତ୍ରୀ ଅଙ୍କିତା ଏକ ଫଟୋ ସେୟାର କରି ଏହାର ସୂଚନା ଦେଇଛନ୍ତି ।