ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୩ଟି ମହାନଗର ନିଗମ ପାଇଁ ୱାର୍ଡ ଚିଠା ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ୩ଟି ମହାନଗର ନିଗମ ପାଇଁ ୱାର୍ଡ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ଏହି ଚିଠା ତାଲିକା ପ୍ରକାଶ ପାଇଛି । ତେବେ ଏହା ଉପରେ ଜନସାଧାରଣଙ୍କ ଠାରୁ ପ୍ରସ୍ତାବ ଅଭିଯୋଗ ପାଇଁ ବିଭାଗ ପକ୍ଷରୁ ୧୦ ଦିନ ସମୟ ଧାର୍ଯ୍ୟ କରାଯାଇଛି । ଏହାପର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ।

ଏହି ନିର୍ଦ୍ଧାରିତ ସମୟ ପରେ କୌଣସି ପ୍ରସ୍ତାବ କି ଅଭିଯୋଗ ଗ୍ରହଣୀୟ ହେବ ନାହିଁ ବୋଲି ବିଭାଗୀୟ ବିଜ୍ଞପ୍ତିରେ କୁହାଯାଇଛି । ପୂର୍ବରୁ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ପାଇଁ ୱାର୍ଡ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା । କେବଳ ୫ଟି ମହାନଗର ନିଗମ ଅଞ୍ଚଳର ତାଲିକା ପ୍ରକାଶ ପାଇବାର ଥିଲେ । ତେବେ ବର୍ତ୍ତମାନ ୩ଟି ମହାନଗର ନିଗମ ପାଇଁ ଚିଠା ତାଲିକା ପ୍ରକାଶ ପାଇଛି । ରାଉରକେଲା ଓ ସମ୍ବଲପୁରରେ ନିର୍ବାଚନ ହେଉ ନଥିବାରୁ ଏହି ଦୁଇ ମହାନଗର ନିଗମର ଚିଠା ତାଲିକା ପ୍ରକାଶ ପାଇନାହିଁ ।